ମଦ ଦୋକାନକୁ ବିରୋଧ କରି ଗାଁ ଲୋକଙ୍କ ରାସ୍ତାରୋକ

ବାଲେଶ୍ୱର: ପାତ୍ରପଡ଼ା ଛକରେ ମଦ ଦୋକାନକୁ ବିରୋଧ କରି ରାସ୍ତାରୋକ ହୋଇଛି । ସେଠାରେ କେବଳ ଠିପି ବନ୍ଦ ମଦ ଦୋକାନ ପାଇଁ ଅନୁମତି ରହିଥିବା ବେଳେ ଦିନ ରାତି ମଦ ଦୋକାନ ଖୋଲା ରହୁଥିବାକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାକୁ ନେଇ ଆଜି ଗାଁ ଲୋକମାନେ ପ୍ରତିବାଦ କରିବା ସହ ରାସ୍ତାରୋକ କରିଛନ୍ତି । ବାରମ୍ଵାର ଅଭିଯୋଗ କଲେ ବି ପ୍ରଶାସନ ନଶୁଣିବାରୁ ଗାଁ ଲୋକେ ରାସ୍ତା ଅବରୋଧ କରିଥିବା କହିଛନ୍ତି ।

Comments are closed.