ବନ୍ଧୁକ ସହ ଖେଳୁଥିଲେ ; ଫୁଟିଲା ଗୁଳି , ଯୁବକ ଗୁରୁତର

ବାଲେଶ୍ୱର : ସାଙ୍ଗମାନଙ୍କ ମେଳରେ ବନ୍ଧୁକନେଇ ମଜା କରୁ କରୁ ଗୁଳି ଫୁଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବା ନେଇ ଆଜି ଖବର ମିଳିଛି। ଯୁବକଙ୍କ ଜଣକ ପ୍ରିତିରଞ୍ଜନ ନାୟକ (୩୫)। ତାଙ୍କ ଘର ସଦର ଥାନା ଅନ୍ତର୍ଗତ ଝିଙ୍କିରିଆ ଗାଁରେ । ଗତକାଲି ରାତି ପ୍ରାୟ ୧.୩୦ରୁ ୨ଟା ମଧ୍ୟରେ ୫-୬ ଜଣ ସାଙ୍ଗ ହୋଇ ଝିଙ୍କିରିଆ ଗାଁ ଛକ ପୋଲ ଉପରେ ମେଳି କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ଦେଖାଇ ମଜା କରୁ କରୁ ଗୁଳି ଫୁଟି ପ୍ରିତି ରଞ୍ଜନର ପେଟ ଉପର ଭାଗରେ ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର, ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଏଯାଏ ପ୍ରିତିରଞ୍ଜନଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରି ନାହାନ୍ତି । ପୁଲିସ ତଦନ୍ତ କରୁଛି । ବନ୍ଧୁକ ଜବତ ହୋଇ ନାହିଁ।  ତଦନ୍ତ ପରେ ଘଟଣାର ପ୍ରକୃତ ସତ ଜଣାପଡିବ ବୋଲି ସୂଚନା ମିଳିଛି।

Comments are closed.