ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବାଲେଶ୍ଵର: ଚାନ୍ଦିପୁର ନାଉପାଳଗଡି ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ମହିଳାଙ୍କୁ ୫-୬ ଜଣ ଦୁର୍ବୃତ୍ତ ତାଙ୍କ ଘରୁ ନେଇ ଏକ ପରିତ୍ୟକ୍ତ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ମେରାଇନ ପୁଲିସ ୨ ଜଣଙ୍କୁ ଅଟକ ରଖିଛି ବୋଲି ସୂଚନା ମିଳିଛି।

Comments are closed.