ଥାନାରେ ପଶି ଅଭିଯୋଗକାରୀଙ୍କୁ ମାରଣାସ୍ତ୍ରରେ ଦୁର୍ବୃତ୍ତଙ୍କ ଆକ୍ରମଣ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ଥାନା ଭିତରେ ଅଭିଯୋଗକାରୀଙ୍କୁ ଆକ୍ରମଣ ହୋଇଥିବା ନେଇ ବୁଧବାର ଜଣାପଡିଛି। ମାରଣାସ୍ତ୍ରରେ ୨ ଜଣଙ୍କୁ ହାଣି ଆକ୍ରମଣକାରୀ ରକ୍ତାକ୍ତ କରିଥିବା ନେଇ ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁଲିସ ମେଡିକାଲରେ ଭର୍ତ୍ତି କରିଛି। ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।
ଘଟଣାକ୍ରମେ , ପୁଲିସ ଉପସ୍ଥିତିରେ ପ୍ରାୟ ୧୫୦ ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଥାନାକୁ ଅଭିଯୋଗ ନେଇ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ଅଭିଯୋଗକାରୀ । ଆକ୍ରମଣ କରିବା ସହ ଥାନାରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଏଯାବତ ଘଟଣାକୁ ନେଇ କାହାରିକୁ ଗିରଫ କରାଯାଇ ନଥିବା ବେଳେ ଆକ୍ରମଣ ଘଟଣାକୁ ଥାନା ଅଧିକାରୀ ସ୍ୱୀକାର କରିଛନ୍ତି। ଉତ୍ତେଜନା ମୂଳକ ପରିସ୍ଥିତ ଥିବାରୁ ଥାନାରେ ପ୍ରାୟ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

Comments are closed.