ଗହଣା ବ୍ୟବସାୟୀ ନିଖୋଜ

ବାଲେଶ୍ୱର : ବାଲେଶ୍ୱର ଜିଲା ଅନ୍ତର୍ଗତ ବେଲଦା ଛକର ଜଣେ ଗହଣା ବ୍ୟବସାୟୀ ନିଖୋଜ ଥିବା ନେଇ ଶୁକ୍ରବାର ଖବର ମିଳିଛି। ବ୍ୟବସାୟୀ ଜଣଙ୍କ ଗତକାଲି ଠାରୁ ନିଖୋଜ ଅଛନ୍ତି ବୋଲି ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ବ୍ୟବସାୟୀଙ୍କୁ କେହି ଫୋନରେ ନିକଟସ୍ଥ ଦାଣ୍ଡହରିପୁର ଗାଁକୁ ଡାକିଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଫୋନ କଲ ପାଇ ବ୍ୟବସାୟୀ ଘରୁ ବାହାରି ଗଲା ପରଠୁ ନିଖୋଜ ରହିଛନ୍ତି।

Comments are closed.