ବାଇକ ଦୁର୍ଘଟଣାଗ୍ରସ୍ତ ; ପୋଲ ତକଳୁ ଖସି ୨ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ପାଗନଇ ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି। ଉଭୟ ଏକ ବାଇକରେ ଯାଉଥିବା ସମୟରେ ଦୁର୍ଘଟଣା ଘଟି ପୋଲ ତଳକୁ ୨ ଜଣ ଖସି ପଡ଼ିବା ଦ୍ୱାରା ସେମାନଙ୍କ ମୃତ୍ୟୁ ହୋଇଛି। ମୃତକ ୨ ଜଣ ହେଲେ ସୁବ୍ରତ ସ(୨୮ ) ତାଙ୍କ ଘର ଖଣ୍ଡପଡ଼ା ଥାନା ବେଠିପୁର। ଅନ୍ୟ ଜଣେ ଧରଣୀପୁରର ମନୋଜ ମଲ୍ଲିକର (୩୦)।
ସୂଚନା ଯୋଗ୍ୟ, ସୁବ୍ରତ ଓ ମନୋଜ ଗତକାଲି ବାଲେଶ୍ୱର ଟାଉନକୁ କ୍ରିକେଟ ଖେଳିବାକୁ ଆସିଥିଲେ। ରାତି ପ୍ରାୟ୧୨ ଟା ବେଳେ ଫେରିବା ସମୟରେ ଚାନ୍ଦିରପୁର ଥାନା ପାଗନଇ ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣା ହୋଇଥିଲା। ଗାଡି ରାସ୍ତା ଉପରେ ପଡ଼ିଥିବା ବେଳେ ଉଭୟ ପୋଲ ତକଳୁ ଖସିପଡ଼ିଥିଲେ। ପ୍ରାୟ ରାତି ୧ଟା ବେଳେେ ସ୍ଥାନୀୟ ଲୋକେ ସେମାନଙ୍କ ଗାଡ଼ି ରାସ୍ତାରେ ଦେଖି ଖୋଜାଖୋଜି କରି ପୋଲ ତଳେ ଦେଖି ଉଦ୍ଧାର କରି ବାଲେଶ୍ୱର ମେଡ଼ିକାଲକୁ ନେଇଥିଲ। ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.