ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଯୁବକ ଗୁରୁତର ; ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ବର : ବାଲେଶ୍ବର ସୋର ଥାନା ବାଗୁଡି ଛକ ନିକଟରେ ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଶୁକ୍ରବାର ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏହାର ପ୍ରତିବାଦରେ ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିବା ସହ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ସମୟରେ ଉତ୍ତ୍ୟକ୍ତ ଲୋକଙ୍କ ଟେକା ମାଡରେ ଜଣେ ମହିଳା କନେଷ୍ଟବଳ ଆହତ ହୋଇଛନ୍ତି।
ସୂଚନା ଯୋଗ୍ୟ , ସୋର ଥାନା ବାଗୁଡି ଛକ ନିକଟରେ ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ପୂର୍ବରୁ ବାଗୁଡି ପଥର ଖାଦାନରୁ ବେଆଇନ ଭାବେ ଚଲାଣ ହେଉଥିବା ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଲୋକେ ମୃତ୍ୟୁ ବରଣ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟଲୋକେ ବାରମ୍ବାର ସୋର ଥାନାରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି।  ଆଜି ଦୁର୍ଘଟଣାରେ ଗୁରତର ବ୍ୟକ୍ତିଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ବାସିନ୍ଦା ମାନେ ରାସ୍ତାରେ ଅବରୋଧ କରିବା ସହିତ ସମସ୍ତ ପଥର ବୋଝେଇ ଟ୍ରକକୁ ଅଟକ ରଖିଛନ୍ତି।

Comments are closed.