ଚାନ୍ଦିପୁର ଡିଆରଡିଓରେ ତଥାକଥିତ ଆଇଏସଆଇ ଏଜେଣ୍ଟ ଗିରଫ ଘଟଣା, ଅଭିଯୁକ୍ତ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ

ବାଲେଶ୍ବର: ବହୁଚର୍ଚ୍ଚିତ ଈଶ୍ୱର ବେହେରା ମାମଲାର ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି। ପ୍ରକାଶିତ ରାୟ ଅନୁସାରେ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦଣ୍ଡିତ କରିଛନ୍ତି।  ଆଜି ବାଲେଶ୍ଵର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର ହୋଇଥିଲା ଈଶ୍ୱର ବେହେରା। ଆଜି ଈଶ୍ୱର ବେହେରା ମାମଲାର ଥିଲା ଅନ୍ତିମ ଶୁଣାଣୀ ଥିଲା ।

ଈଶ୍ୱର ୨୦୧୪ ମସିହାରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଡିଆର୍ ଡିଓର ଗୁପ୍ତ ତଥ୍ୟ ଲିକ୍ କରିବା ପ୍ରସଙ୍ଗରେ ପ୍ରଥମେ ଚାନ୍ଦିପୁର ପୁଲିସ ଦ୍ବାରା ଗିରଫ ହୋଇଥିଲା। ପରେ ଏହି ମାମଲା କ୍ରାଇମବ୍ରାଞ୍ଚ୍ ହାତକୁ ନେଇଥିଲା । ଗିରଫ ପରେ ଈଶ୍ୱର ବାଲେଶ୍ଵର ଜେଲରେ ବିଚାରାଧୀନ କଏଦୀ ଭାବେ କାଳ କାଟୁଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ତରଫରୁ ବରିଷ୍ଠ ଓକିଲ ଚିତ୍ତରଞ୍ଜନ କାନୁନଗୋ, ପ୍ରଶାନ୍ତ ମଲ୍ଲିକ ଓ ଈଶ୍ୱର ବେହେରା ତରଫରୁ ହରେକୃଷ୍ଣ ଦାଶ ମାମଲା ପରିଚାଳନା କରୁଥିଲେ ।

ଈଶ୍ୱର ୯ଅଙ୍କ ବିଶିଷ୍ଟ ଏକ କଲରେ ଆଇଏସଆ ଆଇ ଏଜେଣ୍ଟ ସହ କଥାବାର୍ତ୍ତା ହେଉଥିଲା। ଯେଉଁ ନମ୍ବରରେ କଥା ହୋଇଥିଲା ସେହି ନମ୍ବର ଆଗରୁ+୯୧ ଲାଗିଥିଳା।  ରିଟ୍ରାଇଭ ଡାଟାରୁ ଜଣାଯାଇଥିଲାଯେ, ଈଶ୍ୱର ବାହାର ଦେଶର ଏକ ନମ୍ବରରୁ ଆସିଥିବା କଲରୁ କଥା ହୋଇଛି। ଈଶ୍ୱର ଭଏସ ସମ୍ପଲ୍ ସିଇଣ୍ଟିଫିକ୍ ଲ୍ୟାବକୁ ଯାଇଥିଲା। ଈଶ୍ୱର ରେଗୁଲାର ଯୋଗାଯୋଗରେ ରହିଥିଲା। ଈଶ୍ୱର ଟିଭି କିଣିବାକୁ ପଇସା ମାଗିଥିଲା ଆଇଏସଆଇ ଏଯେଣ୍ଟକୁ। ଆଇଟିଆରର କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଆଇଏସଆଇ ଏଜେଣ୍ଟକୁ ଜଣେଇ ଦେଉଥିଲା। ଈଶ୍ୱର ମିରଟର ଆଇଏସଆଇ ଗୁଇନ୍ଦା ଅଶିଫ ଅଲ୍ଲୀର ଯୋଗାଯୋଗରେ ଥିଲା। ଈଶ୍ୱର ଆକାଉଣ୍ଟକୁ ବହୁତ ଟଙ୍କା ଆସିଛି । ଆବୁଧାବିରୁ ଟଙ୍କା ଆସିଛି । ବିହାର, ଆଜମେର , କୋଲକାତାର ବି ଟଙ୍କା ଆକାଉଣ୍ଟକୁ ଆସିଛି। ଈଶ୍ୱରର ୬୬୦ ସେକେଣ୍ଡର କଥା ବାର୍ତା ହେଉଛି ଆଇଏସଆଇ ଲିଙ୍କର ବଳିଷ୍ଠ ପ୍ରମାଣ ହୋଇଥିଲା।

 

Comments are closed.