ବିବାହିତ ଯୁବତୀଙ୍କ ଅସ୍ୱଭାବିକ ମୃତ୍ୟୁ ; ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଲେଶ୍ୱର : ବାଲେଶ୍ୱର ଜିଲା ସଦର ଥାନା ଅର୍ନ୍ତଗତ ଭିମପୁରରେ ଏକ ଅଭାବନୀୟ ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଜଣେ ବିବାହିତ ଯୁବତୀଙ୍କ ଅସ୍ୱଭାବିକ ଭାବେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ କାରଣ ନେଇ କୌଣସି ସ୍ପଷ୍ଟତା ମିଳିପାରି ନାହିଁ। ମୃତକ ହେଲେ ମାମା ପାତ୍ର (୧୮)। ମାମା ଖନ୍ତାପଡା ଥାନା ଅନ୍ତର୍ଗତ ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ଜୁଣିଆ ନିକଟସ୍ଥ ସାରଙ୍ଗପୁରର ରମାକାନ୍ତ ପାତ୍ରଙ୍କ ଝିଅ। ମାମା ଭିମପୁର ଗ୍ରାମରେ ରତିକାନ୍ତ ପାତ୍ରଙ୍କୁ ପ୍ରେମ ବିବାହ କରିଥିଲେ ବୋଲି ଜଣାପଡ଼ିଛି। ସେ ତାଙ୍କ ଶ୍ୱଶୁର ଘରେ ସ୍ୱାମୀଙ୍କ ସହ ରହୁଥିଲେ। ତେବେ ଆଜି ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ସ୍ୱାମୀ ଓ ଶ୍ୱଶୁରକୁ ଅଟକ ରଖି ପଚରାଉଚତା ଜାରି ରଖିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ବୋଲି ସୂଚନା ମିଳିଛି।

Comments are closed.