ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଆଜି ଭୋର ସମୟରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଖଇରା ବ୍ଲକ ରୁସ୍ତମପୁର ଗ୍ରାମର ପଞ୍ଚାନନ ସେଠୀଙ୍କ ଘରେ ଅଗ୍ନିକାଣ୍ଡ ହୋଇଛି। ତାଙ୍କର ପ୍ରାୟ ୩ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଥିବା ଜଣାପଡ଼ିଛି। ଖବର ପାଇ ଡୁଙ୍ଗୁରା ଆରଆଇ ବସନ୍ତ ପାତ୍ରଙ୍କ ଦ୍ୱାରା ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Comments are closed.