ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବାଳେଶ୍ବର: ବାଲେଶ୍ବର ଜିଲା ଜଳେଶ୍ୱର ଷ୍ଟେସନରେ ମଙ୍ଗଲବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଯଶୋବନ୍ତପୁର ହାଓଡା ସୁପରଫାଷ୍ଟ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣଙ୍କ ନାମ ଅଭିମନ୍ୟୁ ଭଞ୍ଜ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଯଶୋବନ୍ତପୁର ହାଓଡା ସୁପରଫାଷ୍ଟ ଟ୍ରେନଟି ଯାଉଥିବା ସମୟରେ ଅଭିମନ୍ୟୁ ଟ୍ରେନ ଲାଇନ ପାସ କରୁଥିଲେ । ଫଳରେ ଟ୍ରେନଟି ଅଭିମନ୍ୟୁ ଧକ୍କା ଦେଇଥିଲା। ଦୁର୍ଘଟଣାପରେ ବୃଦ୍ଧ ଅଭିମନ୍ୟୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଓ ହୋସ ପାଇପ ଫାଟି ଯିବାରୁ ଟ୍ରେନଟି ସକାଳ ୬ଟା ୩୦ ମିନିଟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଅଟକିଥିଲା।

 

Comments are closed.