ବାଲେଶ୍ବରରେ ‘କୃଷକ ବଞ୍ଚାଅ ସମାବେଶ’ : ବିଜେପି ଓ ବିଜେଡି ଉପରେ ବର୍ଷିଲେ ଚେଲ୍ଲା କୁମାର

ବାଲେଶ୍ବର :  ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲା କୁମାର ଶନିବାର ବାଲେଶ୍ବରଠାରେ ଆୟୋଜିତ ‘କୃଷକ ବଞ୍ଚାଅ ସମାବେଶ’ରେ ଯୋଗ ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁ ମିଶନ ପଡ଼ିଆ ପରିବର୍ତ୍ତେ ଫାଣ୍ଡିଛକଠାରେ ଶୋଭାଯାତ୍ରା ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ କୃଷକ ବିରୋଧୀ ନୀତିକୁ ନେଇ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି କାର୍ଯ୍ୟକ୍ରମରେ ତାରାପ୍ରସାଦ ବାହିନୀପତି, ପ୍ରଦୀପ ମାଝି, ନବଜ୍ୟୋତି ପପଟ୍ଟନାୟକ, ଶରତ ପଟ୍ଟନାୟକ, ସପ୍ତଗିରି ଉଲ୍ଲାକ, ସୁଶିଳା ତିରିଆ ପ୍ରମୁଖ ଉଦ୍‌ବୋଧନ ଦେଇ କୃଷି ବିଲ୍ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ବକ୍ତାମାନେ କୃଷକଙ୍କ ସମସ୍ୟା ଏବଂ ସେସବୁ କିଭଳି ସମାଧାନ କରାଯିବ ତା’ ଉପରେ ବକ୍ତବ୍ୟ ରଖିଥିଲେ। କୃଷି ନୀତି ଏବଂ କୃଷକଙ୍କୁ କିଭଳି ସହାୟତା ପ୍ରଦାନ କରାଯିବ ସେଥି ଉପରେ ଗୁରୁତ୍ବାରୋପ କରିଥିଲେ।

Comments are closed.