ମୁହାଁମୁହିଁ ଧକ୍କା ହେଲା ବୋଲେରୋ ସହ ବାଇକ୍‌, ଜଣେ ମୃତ

ବାଲେଶ୍ବର: ଆଜି ପୁର୍ବାହ୍ନ ରେ ୬୦ନମ୍ବର ଜାତୀୟ ରାଜପଥର ନେଙ୍ଗୁଡ଼ସାହି ବାଇପାସ ନିକଟରେ ଏକ ବୋଲେରୋ ଗାଡ଼ି ସହ ବାଇକ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଜଳେଶ୍ୱର ଥାନା ଅନ୍ତର୍ଗତ ଆରୁହା ଗାଁ ର ଅଶ୍ୱିନୀ ସାମଲ ନିଜ ସ୍ତ୍ରୀ ଓ ୩ ବର୍ଷର ଝିଅ କୁ ନେଇ ଓଡ଼ି୦୧ ଏନ ୯୨୭୧ ବାଇକ ରେ ନେଙ୍ଗୁଡସାହି ଗଲା ବେଳେ ଓଡିଶାରୁ ପଶ୍ଚିମବଙ୍ଗ ଯାଉଥିବା ଓଡ଼ି୦୫ ଏଭି ୯୫୫୫ ବୋଲେରୋ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ବାଇକ ଚାଳକ ଓ ତାଙ୍କ ୩ ବର୍ଷର ଝିଅ ଗୁରୁତର ହୋଇ ପ୍ରଥମେ ଜି.କେଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱରେର ରହି ଚିକିତ୍ସିତ ହେଉଛନ୍ତି।

Comments are closed.