ବହି ଭିତରେ କଟିଂ କରି କରୁଥିଲା ବ୍ରାଉନସୁଗାର ସପ୍ଲାଏ , ଏସଟିଏଫ ହାତରେ ଧରାପଡ଼ିଲା ଏମ୍‌ବିଏ ଛାତ୍ର 

ବାଲେଶ୍ବର: ବାଲେଶ୍ବର ଏସଟିଏଫ ଟିମ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ଜଣେ ଏମବିଏ ଛାତ୍ରଙ୍କୁ ଗିରଫ କରିଛି। ବାଲେଶ୍ବର ମଛୁଆସାହି ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୧ କେଜି ୩୨୫ ଗ୍ରାମ ବ୍ରାଉନସୁଗର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ। ଏହି ଘଟଣାରେ ସମ୍ପୃକ୍ତ ଜଣେ ଏମ୍‌ବିଏ ଛାତ୍ରଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଛାତ୍ର ଜଣଙ୍କ ଶେଖ ରିଆଜଉଦ୍ଦିନ ବୋଲି ଜଣାପଡିଛି। ସେ ପୁଲିସକୁ ଚକମା ଦେଇ ବ୍ରାଉନସୁଗାର କାରବାର କରୁଥିଲା। ବହି ଭିତରେ କଟିଂ କରି ବ୍ରାଉନସୁଗାର ସପ୍ଲାଏ କରୁଥିଲା। ପୁଲିସ ସ୍କାନରରୁ ଖସିବାକୁ ଷ୍ଟୁଡେଣ୍ଟର ପରିଚୟ ଦେଉଥିଲା ଏବଂ ବହି ଦେଖାଇ ଖସିଯାଉଥିଲା। ହେଲେ କରୋନା ସମୟରେ ଏମିତି ଢଙ୍ଗରେ ବ୍ରାଉନସୁଗାର ସପ୍ଲାଏ କରୁଥିବା ଏହି ଏମବିଏ ଛାତ୍ର ସେକ୍ ରିୟାଜଉଦ୍ଦିନକୁ ଗିରଫ କରିଛି ଏସଟିଏଫ।
ରିୟାଜଉଦ୍ଦିନ ଘର ବାଲେଶ୍ବର ବଙ୍କା ଖଜୁରୀ ସୁନା ହାଟ ବୋଲି ଜଣାପଡିଛି । ସେ ଭୁବନେଶ୍ବରର ଏକ ଘରୋଇ କଲେଜରେ ୩ୟ ବର୍ଷରେ ଏମବିଏ ଛାତ୍ର ଥିଲେ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ । ତେବ ୨୦୨୦ ବର୍ଷ ଆରମ୍ଭରୁ ଏଯାବତ ଏସଟିଏଫ ହାତରେ ୨୧ଟି କେସରେ ୧୬ କେଜି ୭୧୧ଗ୍ରାମ ବ୍ରାଉନସୁଗାର ଜବତ ସହ ୪୧ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ।

Comments are closed.