ବାଲି ମାଫିଆଙ୍କ ସକ୍ରିୟତା ; ଟ୍ରକରେ ଚାଲାଣ ହେଉଛି ଚୋରା ବାଲି

ବାଲେଶ୍ୱର : ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ କାଠପାଳ ଅଂଚଳରେ ପ୍ରବାହିତ ହୋଇଥିବା ସୋନନଦୀରେ ବାଲି ମାଫିଆ ଅଧିକ ସକ୍ରିୟ ହୋଇଉଠିଛନ୍ତି । ପୂର୍ବରୁ ନୀଳଗିରି ତହସିଲଦାର ଚଢ଼ାଉ କରି ଫାଇନ ଆଦାୟ ସତ୍ତ୍ବେ ମଧ୍ୟ ଚୋରୀ କମି ନାହିଁ । କାଠପାଳ ପୋଲ ନିକଟରେ ଲକ୍ଷାଧିକ ଟଙ୍କାର ବାଲି ଗଛିତ ହୋଇଥିବାବେଳେ ରାତିରେ ବାଲି ମାଫିଆ ସ୍ଥାନୀୟ କିଛି ଗ୍ରାମାବାସୀଙ୍କୁ ହାତ ବାରିସୀ କରି ବାଲି ଚୋରି କରି ଗଛିତ କରିବା ସହ ଟ୍ରକ ମାଧ୍ୟମରେ ବାହାରକୁ ଚାଲାଣ କରୁଛନ୍ତି ବୋଲି ସୂଚନା ମିଳିଛି।

Comments are closed.