ମଦ ଭାଟି ଉପରେ ଚଢାଉ; ବିପୁଳ ପରିମାଣରେ ମଦ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ବ୍ଳକ ଛକ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ମଦ ଭାଟି ଉପରେ ଶନିବାର ସକାଳୁ ସକାଳୁ ବସ୍ତା ଓ ବାଲେଶ୍ୱର ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଛି। ଚଢାଉ ସମୟରେ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି। ମାତ୍ର ପୁଲିସକୁ ଦେଖି ଉକ୍ତ ବ୍ୟକ୍ତି ଓ ତା’ର ସ୍ତ୍ରୀ ଏବଂ ଅନ୍ୟମାନେ ଘର ପଛପଟ ରାସ୍ତା ଦେଇ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି।

Comments are closed.