ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୩ ମୃତ

ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ଥାନା ଅନ୍ତର୍ଗତ ଖାଳମୁହାଁଣି ଛକରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ସାନମଇଂଷାଡ଼ି ଗାଁର ଶଙ୍କର ପଣ୍ଡିତ,ଗଙ୍ଗାଧର ପାତ୍ର ଓ ଅନ୍ୟ ଜଣେ ଜଳେଶ୍ୱର ଥାନା ଅନ୍ତର୍ଗତ ଆରୁହା ଗ୍ରାମର ରାଜେଶ ବେହେରା ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ସାନମଇଂଷାଡ଼ି ଗାଁର ଦୁଇ ଜଣ ଯୁବକ ଏକ ମଟରସାଇକେଲରେ ବାଲିଆପାଳ ଆସୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ମଟର ସାଇକେଲ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ କଟକ ସ୍ଥାନାନ୍ତର ବେଳେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.