ଟ୍ରାକ୍ଟର ଓଲଟି ୨ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲାରେ ରବିବାର ଟ୍ରାକ୍ଟର ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସମସ୍ତ ମୃତାହତ ରାଇବଣିଆ ଥାନା ଅନ୍ତର୍ଗତ କୁଞ୍ଚବଣିଆ ଗାଁର ବୋଲି ଜଣାପଡ଼ିଛି। ଦୁର୍ଘଟଣାପରେ ଉକ୍ତ ୩ ଜଣଙ୍କୁ ବାଲେଶ୍ୱର ମେଡ଼ିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ୨ ଜଣଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଧାନ ଅମଳ କରି ବଡ଼ହଳଦୀଗଣ୍ଡି ଗାଁରୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ନେଇ ସୂଚନା ମିଳିଛି।ମୃତାହତଙ୍କ ପରିଚୟ ମିଳିପାରି ନାହିଁ।

Comments are closed.