ଡ଼ମ୍ଫର ଓ ବସ ମୁହାଁମୁହିଁ ଧକ୍କା, ୧୬ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥର ତାଳ ବଣିଆ ଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘର୍ଟଣା ଘଟିଛି। ଏକ ବସ ସହ ଡ଼ମ୍ଫର ମୁହାଁମୁହିଁ ଧକ୍କା ହେବାରୁ ୧୬ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ପ୍ରଥମେ ଜି କେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର, କଟକ, ଦିଘା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଜଳେଶ୍ୱର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଡ଼ମ୍ଫରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Comments are closed.