ଚୋରି ଅଭିଯୋଗରେ ନାବାଳକକୁ ନିସ୍ତୁକ ମାଡ଼ ଅଭିଯୋଗ

ସୋର : ବାଲେଶ୍ୱର ଜିଲାର ସୋର ଥାନା ଅନ୍ତର୍ଗତ ଶିଙ୍ଗାଖୁଣ୍ଟା ଗ୍ରାମରେ ଚୋରି ଅଭିଯୋଗରେ ସୋମବାର ଜଣେ ନାବାଳକକୁ ନିସ୍ତୁକ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଚୋରି କରିଥିବା ନାବାଳକ ଭଦ୍ରକ ଜିଲାର ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଶିଙ୍ଗାଖୁଣ୍ଟା ଗ୍ରାମର ବିଶନ ସିଂହଙ୍କ ଘରୁ ଚୋରି ହୋଇଥିଲା। ପ୍ରଥମେ ତାଙ୍କ ଘରୁ ୧୨ ହଜାର ଟଙ୍କା ଏବଂ ଏକ ନୂଆ ସାଇକେଲ ଚୋରି ହୋଇଥିଲା । ପରେ ତାଙ୍କ ଝିଆରୀ ଠାରୁ ୧ହଜାର ଟଙ୍କା ଚୋରି ହୋଇଥିଲା ବୋଲି ସେ କହିଥିଲେ। ପଡୋଶୀରେ ରହୁଥିବା ଜଣେ ନାବାଳକ ଏହି ଚୋରି କରିଥିବ ବୋଲି ବିଶନ ସିଂହ ସନ୍ଦେହ କରଥିଲେ । ପରେ ଉକ୍ତ ନାବାଳକକୁ ଫୋନ କରି ଜାତୀୟ ରାଜପଥ ଉତ୍ତରେଶ୍ୱର ଗଳାପୋଲ ନିକଟକୁ ଡ଼କାଇ ନିସ୍ତୁକ ମାଡ ମାରିଥିଲେ । ଯୋଜନା ପୂର୍ବକ ସ୍ଥାନୀୟ ଲୋକ ତା’କୁ ନିସ୍ତୁକ ମାଡ଼ ମାରିବା ପରେ ନାବାଳକ ଜଣଙ୍କ ଚୋରି କରିଥିଲା ବୋଲି ସ୍ୱୀକାର କରିଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାବାଳକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

Comments are closed.