ସୋରରେ ବରଯାତ୍ରୀ କାର ସହ ବାଇକ ଧକ୍କା ; ୧ ମୃତ , ୨ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ସୋରରେ ଆଜି ଭୋର ୪ଟା ସମୟରେ ବରଯାତ୍ରୀ ଗାଡି ସହ ବାଇକ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ରତ୍ନାକର ଦାସ (୩୦)।  ଅନ୍ୟ ୨  ଗୁରୁତର ଅକ୍ଷୟ ବେହେରା , ରାମ ସିଂଙ୍କୁ  ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଔପଦାରୁ ସୋରକୁ ଫେରୁଥିବା ଏକ ବରଯାତ୍ରୀ କାର ସହିତ ଆଘିରାପଦ। ଗ୍ରାମର ୩ ଜଣ ଯୁବକ ପାନିକୋଇଲିରୁ ବାଇକରେ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା ।

Comments are closed.