ରେମୁଣା ବିଧାୟକଙ୍କୁ କରୋନା

ବାଲେଶ୍ୱର: ବାଲେଶ୍ୱର ଜିଲା ରେମୁଣା ବିଧାୟକଙ୍କୁ କରୋନା। କରୋନା ସଂକ୍ରମିତ ନେଇ ନିଜେ ବିଧାୟକ ସୂଚନା ଦେଇଛନ୍ତି। ତାଙ୍କ ସ୍ୱାବ୍‌ ଓ ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଥିଲା। ମଙ୍ଗଳବାର ରିପୋର୍ଟ ଆସିଛି, ଯେଉଁଥିରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି।

ସେ କରୋନା ସଂକ୍ରମିତ ହୋଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି କହିଛନ୍ତି। ନୀଳଗିରି ବିଧାୟକ ପଜିଟିଭ ଚିହ୍ନଟ ହେବା ପରଠୁ ବିଧାୟକ ବାଲେଶ୍ୱର ସହର ଗୋପଲଗାଁ ବାସଭବନରେ ହୋମକ୍ବାରେଣ୍ଟାଇନରେ ଥିଲେ।

ସୂଚନା ଅନୁଯାୟୀ, ପୂର୍ବରୁ ଦୁଇ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଜି ରେମୁଣା ବିଧାୟକଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୩ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି ।

Comments are closed.