ଝରକା ଗ୍ରିଲ ଭାଙ୍ଗି ଟଙ୍କା ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ଥାନା ବଡ଼ ଗାଁ ଗ୍ରାମରେ ଦୁର୍ବୃତ୍ତମାନେ ଜଣଙ୍କ ଘରେ ପଶି ଭୁଜାଲିରେ ଆକ୍ରମଣ କରିବା ସହ ଟଙ୍କା ଲୁଟ କରିଛନ୍ତି ବୋଲି ସୋମବାର ଅଭିଯୋଗ ହୋଇଛି।  ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।
ସୂଚନା ଯୋଗ୍ୟ, ବଡ ଗାଁ ଗ୍ରାମର ଗିରଧାରୀ ମଳିକଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେ ଝରକା ଗ୍ରିଲ ଭାଙ୍ଗି ଦୁର୍ବୃତ୍ତମାନେ  ଘର ଭିତରକୁ ପଶି ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଘର ଲୋକେ ଉଠି ପଡିବାରୁ ଦୁର୍ବୃତ୍ତମାନେ ଭୁଜାଲିରେ ଗିରଧାରୀଙ୍କ ପୁଅ ସୁଜିତକୁ ଆକ୍ରମଣ କରିଥିଲେ ।  ପରିବାର ଲୋକ ଚିତ୍କାର କରିବାରୁ ଗାଁ ଲୋକ ଚାଲି ଆସିବାରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ । ଏନେଇ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.