ରାସ୍ତାରେ ଓଲଟିଲା ପଥର ବୋଝେଇ ଟିପର

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ରାଜ୍ୟ ରାଜପଥ କଣ୍ଟାପଡା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଏକ ବଡ଼ ପଥର (ଚେଲି) ବୋଝେଇ ଟିପର ଓଲଟି ପଡ଼ିଛି। ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛି। ଏହାସହ ଏଥିରେ କୌଣସି ଜୀବନହାନୀ ହୋଇ ନାହିଁ ବୋଲି ସୂଚନା ମିଳିଛି। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ତାହା ଜଣାପଡ଼ି ନାହିଁ।

Comments are closed.