ମାତିଛନ୍ତି ଦଲାଲ; ବନ୍ୟାରେ ସାଧାରଣ ଲୋକଙ୍କୁ ପୋଲ ପାର କରିବାକୁ ନେଉଛନ୍ତି ପାଉଣା

ବାଲେଶ୍ୱର : ପୁଣି ଥରେ ମାନବିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାସ୍ତାରେ ବନ୍ୟାଜଳ ପ୍ରବାହିତ ଯୋଗୁ ମଟର ସାଇକେଲ ପାର କରିଦେବାକୁ ଅର୍ଥ ନେଉଥିବା ଜଣାପଡ଼ିଛି। ସାମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଲୋକ ମାନଙ୍କର ଧନ ଜୀବନ କ୍ଷତି ଗ୍ରସ୍ଥ ହୋଇଛି। ଆଉ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି ଏପରି ସ୍ଥଳେ କିଛି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି।
ବାଲେଶ୍ବର ସୋର ଦେଇ ପ୍ରବାହିତ ହେଉଥିବା କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହା ସହିତ ତଳିଆ ଅଞ୍ଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି। ଆଉ ଏହି ବନ୍ୟା ସୁଯୋଗ ନେଇ କିଛି ଦଲାଲ ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ଚିତ୍ର ସାମ୍ନାକୁ ଆସିଛି।
ସୂଚନା ଅନୁସାରେ ସୋର ଅନନ୍ତପୁର ସ୍ଥିତ ବାଲିଛନ୍ଧା ଘାଟ ନଦୀ ପୋଲରେ ବନ୍ୟା ଜଳ ପ୍ରବେଶ ପରେ ପୋଲ ଉପରେ ପ୍ରାୟ ୩ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଯାହାକୁ ନେଇ କିଛି ଅସମାଜିକ ମାନେ ଲୋକମାନଙ୍କୁ ପୋଲ ପାରେଇ ଦେଉଛନ୍ତି ଏହା ବଦଳରେ ସେ ମଟର ସାଇକେଲ ପିଛା ୨୦ଟଙ୍କା ଲେଖାଏ ଁନେଉଛନ୍ତି।
ତେବେ ସାଧାରଣ ଲୋକେ ବାଧ୍ୟ ହୋଇ ଏହି ଦଲାଲ ତଥା ଅସମାଜିକ ମାନଙ୍କ ଶୋଷଣ ହେଉଛନ୍ତି। ଏବଂ ପ୍ରଶାସନର ଅନୁପସ୍ଥିତି ଆହୁରି ଏମାନଙ୍କ ମନ ବଳ ବଢାଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।

Comments are closed.