ନଈକୁ ଡେଇଁଲେ ଦମ୍ପତ୍ତି ; କାରଣ ଅସ୍ପଷ୍ଟ

0

ସୋର : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ କାଂଶବାଂଶ ନଦୀରେ ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲା ସୁନାହାଟ ଅଞ୍ଚଳର ଏ ହେସାନ ଖାନ(୨୫) ଏବଂ ଗୁନିପୁର ରେମୁଣା ଅଞ୍ଚଳର ସୁବେତୁନ ବିବି(୨୦) ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଦମ୍ପତ୍ତି ଭଦ୍ରକ ସ୍ଥିତ ତାଙ୍କର ଏକ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିବା ମସୟରେ କାଂଶବାଂଶ ନଇକୁ ଡେଇଁଥିଲେ। ସୂଚନା ପାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତା କର୍ମେ ଦୁଇ ଜଣକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଣ୍ଟାପର୍ଣ୍ଣ ଥିବାରୁ ତାଙ୍କୁ ବାଲେଶ୍ୱର ଜିଲା ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିଲା। କେଉଁ କାରଣ ଯୋଗୁଁ ଦମ୍ପତ୍ତି ଏଭଳି ପଦକ୍ଷେପ ନେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply