ନିଆଁରେ ପୋଡି ହୋଇ ମା’ ଓ ଝିଅ ମୃତ

0

ବାଲେଶ୍ବର: ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ବଜାର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡି ହୋଇ ଜଣେ ନବ ବିବାହିତା ବଧୂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୯ମାସର ଶିଶୁକନ୍ୟାର ପ୍ରାଣହାନି ହୋଇଛି। ଘଟଣା ବିଷୟରେ ଜଣାପଡିବା ପରେ ସିମୁଳିଆ ପୁଲିସ ସେଠାରେ ପହଞ୍ଚି ଏକ ଘରୁ ମା ଓ ଝିଅ ଉଭୟଙ୍କ ମୃତଦେହ ଜବତ କରିଛି। ଏହି ଘଟଣାରେ ସ୍ୱାମୀକୁ ପୁଲିସ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଚାଳାଇଛି ।

ସୂଚନାଯୋଗ୍ୟ, ଘରୋଇ କଳିକୁ କେନ୍ଦ୍ର କରି ସଂଜୁଲତା ରାଉଳ କିରାସିନି ଢାଳି ଆତ୍ମହତ୍ୟା କରିଛନ୍ତି ଓ ସେହି ନିଆଁରେ ୯ ମାସର ଶିଶୁ କନ୍ୟା ମୃତ୍ୟୁ ହୋଇଛି ବୋଲି ଶାଶୂଘର ଲୋକ କହିଛନ୍ତି । ଅନ୍ୟ ପଟରେ ମୃତ ସଂଜୁଲତାଙ୍କ ସ୍ବାମୀ ଅନ୍ୟ ମହିଳା ସହ ସମ୍ପକ ଥିଲା ଓ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ ମତାନ୍ତର ହେଉଥିଲା ବୋଲି ଗ୍ରାମବାସୀଙ୍କଠାରୁ ଶୁଣିବାକୁ ମିଳୁଛି। ତେବେ ଉଭୟଙ୍କୁ ପରିବାରଲୋକ କିରୋସିନି ଢାଳି ଜାଳି ଦେଇଛନ୍ତି ବା ସଂଜୁଲତା ଆତ୍ମହତ୍ୟା କରିଛନ୍ତି ଏହା ତଦନ୍ତ ପରେ ସ୍ପଷ୍ଟ ହେବ। ଏନେଇ ସଂଜୁଲତାଙ୍କ ବାପଘର ପକ୍ଷରୁ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ସିମୁଳିଆ ପୁଲିସ ସ୍ୱାମୀ ନାରଣ ରାଉଳକୁ ଥାନାରେ ଅଟକ ରଖିଛି।

Leave A Reply