ପୋଲ ତଳକୁ ଓଲଟିଲା ଜନନୀ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଗର୍ଭବତି

ବାଲେଶ୍ଵର : ବାଲେଶ୍ଵର ଜିଲା ଖଇରା ଠାରେ ଏକ ଜନନୀ ଆମ୍ବୁଲାନ୍ସ ପୋଲ ତଳ ଓଲଟି ପଡିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି ଜ​ଣେ ଗର୍ଭବତିଙ୍କୁ ନେଇ ଆଜି ଭୋର ସମୟରେ  ମେଡିକାଲ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୋର-କୁପାରୀ ରାସ୍ତାର କୋଚିଆକୋଇଲି ନୟନଯୋରି ପାଖରେ ପୋଲ ତଳକୁ ଖସି ଆମ୍ବୁଲାନ୍ସଟି ୨୦ ଫୁଟ ପାଣିରେ ପଶିଯାଇଥିଲା। ସ୍ଥାନୀୟ ଲୋକ ତତ୍‌କ୍ଷଣାତ ଆମ୍ବୁଲାନ୍ସରେ ଥିବା ଗର୍ଭବତି ମହିଳାଙ୍କୁ ଉଦ୍ଧାର କରି ପୁଲିସ ସହାୟତାରେ ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଉକ୍ତ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି।

 

Comments are closed.