ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

ସୋର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ୧୫ରୁ ଅଧିକ ଯୁବକ ଗୋଷ୍ଠୀବଦ୍ଧ ଆକ୍ରମଣ କରିଛନ୍ତି । ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ସଦର ବ୍ଲକ ବୁଆଣ ପଞ୍ଚାୟତ ପାରିକୂଳ ଗାଁରେ । ସୂଚନାଅନୁସାରେ ଗତ ରାତି ୮ଟା୩୦ମି,ରେ ସ୍କୁଟିରେ ଦୁଇ ଯୁବକ ପ୍ରିୟବ୍ରତ ମହାପାତ୍ର ଓ ତପନ ପାତ୍ର ବେରେଲରେ ଡିଜେଲ ନେଇ ଗାଁକୁ ଫେରିବା ବେଳେ ଛତ୍ରପୁର ବେଲବାରିଆ ଠାରେ ଗୋଟିଏ ଗୋଷ୍ଠୀର ୧୫ରୁଅଧିକ ଯୁବକ ବିଜୟ ଓ ପ୍ରିୟବ୍ରତ ସ୍କୁଟି ଅଟକାଇ ଥିଲେ ।

ପ୍ରିୟବ୍ରତ ଓ ତପନଙ୍କ ସହ ଉକ୍ତ ଯୁବକଙ୍କର ପୂର୍ବ ଶତ୍ରୁତା କାରଣରୁ ସେମାନେ ଗୋଷ୍ଠୀବଦ୍ଧ ଭାବେ ଆକ୍ରମଣ କରିଥିଲେ । ତପନ ଓ ପ୍ରିୟବ୍ରତ ଭୟରେ ଦୌଡିଥିଲେ ମଧ୍ୟ ଉକ୍ତ ଯୁବକମାନେ  ଗୋଡାଇ ଗୋଡାଇ ତେଲେଙ୍ଗାନା କଟୁରୀ, ଖଣ୍ତା ଓ ଭୂଜାଲି ଆକ୍ରମଣ କରିଥିଲେ । ତେଲେଙ୍ଗାନା କଟୁରୀ, ଖଣ୍ତା ଓ ଭୂଜାଲି ଆକ୍ରମଣ ଯୋଗୁ ତପନ ଓ ପ୍ରିୟବ୍ରତ ଗୁରୁତର ହୋଇ ପଡ଼ିଥିଲେ। ଆକ୍ରମଣକରୀମାନେ ତପନର ଗୋଟିଏ ହାତ ସଂପୂର୍ଣ ହାଣି ଦେଇଥିବା ବେଳେ ଅନ୍ୟହାତ, ମୁଣ୍ଡ ଗୋଡକୁ ମଧ୍ୟ ହାଣିଥିଲେ। ପ୍ରିୟବ୍ରତର ହାତକୁ ମଧ୍ୟ ହାଣି ଦେଇଥିଲେ ଦୁର୍ବୃତ୍ତ । ଏହାପରେ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତପନ ଓ ପ୍ରିୟବ୍ରତଙ୍କୁ ବାଲେଶ୍ଵର ମେଡିକାଲକୁ ନେଇଥିଲେ । ସେଠାରେ ତପନର ଅବସ୍ଥା ଅଧିକ ସଙ୍ଗୀନ ହୋଇପଡିବାରୁ ତାକୁ କଟକ ନିଆଯାଉଥିଲା । କିନ୍ତୁ ବାଟରେ ତପନର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ବାଲେଶ୍ଵର ମେଡିକାଲରେ ପ୍ରିୟବ୍ରତ ଚିକିତ୍ସାଧିନ ରହିଥିବା ଜଣାପଡିଛି।

Comments are closed.