ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ନୀଳଗିରି: ଵିଲକୁ ଚାଷ କାମ ପାଇଁ ଯାଉଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ବାଲେଶ୍ଵର ଜିଲାରେ ନୀଳଗିରି ବ୍ଲକ କେପିଲାଖରାଜ ପଂଚାୟତ ଅଧିନ କାଠଗୋଛି ଗାଁର ପଣ୍ଡା ସିଂଙ୍କ ପୁଅ ଜଟା (୪୫) ଆଜି ସକାଳୁ ଜଙ୍ଗଲ ପାଖ ଵିଲକୁ ଧାନ ତଳି ଦେଖିବାକୁ ଯାଇଥିଲେ। ଏତିକି ବେଳେ ଦୁଇଟି ଭାଲୁ ହଠାତ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଭାବେ ପ୍ରଥମେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରେ ବାଲେଶ୍ୱର ମେଡ଼ିକାଲରେ ଭର୍ତି କରାଯାଇଛି।

Comments are closed.