ଜମିଜମା ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର

ସୋର : ବାଲେଶ୍ବର ଜିଲା ସୋର ଥାନା ନିଶ୍ଚିନ୍ତପୁର ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ । ପଡୋଶିଙ୍କ ଆକ୍ରମଣରେ ବାପ,ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାଲେଶ୍ବର ସୋର ଥାନା ନିଶ୍ଚିନ୍ତପୁର ଗ୍ରାମର ଜମିଜମା ବିବାଦକୁ ନେଇ ଏହି ଘଟଣା ଘଟିଛି। ନିଶ୍ଚିନ୍ତପୁର ଗ୍ରାମର  ଇଶ୍ବର ବେହେରା ଓ ତାଙ୍କ ପୁଅ କାର୍ତ୍ତିକ ବେହେରା ବିଲରେ ହିଡ ଦେଉଥିବା ବେଳେ ପଡୋଶି ଦୁଇ ଭାଇ ଗୋଡାଇ ଗୋଡାଇ ଭୁଜାଲିରେ ‍ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଇଶ୍ବର ବେହେରା ଓ ପୁଅ କାର୍ତ୍ତିକ ବେହେରା ଗୁରୁତର ଭାବେ ଆହାତ ହୋଇଛନ୍ତି। ଉଭୟ ବାପ, ପୁଅଙ୍କ ମୁଣ୍ଡ, ପେଟ, କାନ୍ଧରେ ଗଭୀର ଆହତ ହୋଇଛି। ଉଭୟଙ୍କୁ ବର୍ତ୍ତମାନ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।

Comments are closed.