ରାଜପଥରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ବର : ବାଲେଶ୍ବରର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତି ୧ଟା ସମୟ​‌ରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡିଥିବା ଜଣାପଡିଥିଲା । ଏହାପରେ ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ନେଇଥିଲେ ।

ବିଳମ୍ବିତ ରାତିରେ ଜଣେ ଅପରିଚିତ ମହିଳାଙ୍କ ଶବ ଉଦ୍ଧାର ପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ​‌ହୋଇଛି । କେହି ଦୃବୁର୍ତ୍ତ ମହିଳାଙ୍କୁ ହତ୍ୟା କରି ରାଜପଥରେ ଫୋପାଡି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି । ବର୍ତ୍ତମାନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Comments
Loading...