ଟ୍ରାକ୍ଟର ଚକାତଳେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବସ୍ତା : ଟ୍ରାକ୍ଟର ଚକାତଳେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଘଟିଛି ବସ୍ତା ଥାନା ଅନ୍ତର୍ଗତ ରସୁଲପୁର ପଞ୍ଚାୟତର କୁଶଡିହ।ଗ୍ରାମରେ । ଉକ୍ତ ଗ୍ରାମର ରତ୍ନାକର ବାରିକ(୮୦) ରାସ୍ତା କଡରେ ବସିଥିବା ବେଳେ ଟ୍ରାକ୍ଟର ମାଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବସ୍ତା ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଡ୍ରାଇଭରକୁ ଅଟକ ସହ ଟ୍ରାକ୍ଟର ଜବତ କରିଥିବା ଜଣାଯାଇଛି।

Comments are closed.