ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ; ବାପା-ମାଆ ଓ ପୁଅ ଗୁରୁତର

ବାଲେଶ୍ବର: ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ କଷାଫଳ ଗ୍ରାମରେ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଗ୍ୟାସରେ ରୋଷେଇ କରିବା ବେଳେ ବାପା-ମା ସମେତ ୮ ବର୍ଷର ଶିଶୁ ପୋଡି ହୋଇ ଆହତ ହୋଇଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ମାଆ କବିତା ମଣ୍ଡଳ ସକାଳେ ରୋଷେଇ କରିବା ପାଇଁ ଗ୍ୟାସ ଲଗାଇଥିଲେ। ମାତ୍ର ପୂର୍ବରୁ ଗ୍ୟାସ ଲିକ ହୋଇଥିବାରୁ ନିଆଁ ଲାଗିବା ମାତ୍ରେ ତାହା ଉଗ୍ର ହୋଇଯାଇଥିଲା। ଏଥିରେ କବିତା ଓ ତାଙ୍କ ପାଖରେ ଥିବା ଆଠ ବର୍ଷର ପୁଅ ପୋଡି ହୋଇ ଗୁରୁତର ହୋଇଥିଲେ। ଏହା ଜାଣି କବିତାଙ୍କ ସ୍ବାମୀ ରବୀନ୍ଦ୍ର ରୋଷେଇ ଘରକୁ ଯାଇ ଗ୍ୟାସ ସୁଇଚ ବନ୍ଦ କରିଥିଲେ। ସେହି ସମୟ ଭିତରେ ରବିନ୍ଦ୍ରଙ୍କ ଗୋଡ଼ରେ ନିଆଁ ଲାଗି ଯାଇଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ବାଲେଶ୍ଵର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

Comments are closed.