ବାପାର ଦୁଷ୍କର୍ମ ମାମଲାକୁ ରଫାଦଫା ପାଇଁ ପୁଅର ହତ୍ୟା ଉଦ୍ୟମ

ସୋର : ବାପାର ଦୁଷ୍କର୍ମ ମାମଲାକୁ ରଫାଦଫା ପାଇଁ ପୁଅ ହତ୍ୟା କରିବାକୁ ପଛେଇ ନାହିଁ। ଏପରି ଘଟଣା ଘଟିଛି ବେଲେଶ୍ବର ଜିଲା ଶ୍ବର ଅଞ୍ଚଳରେ। ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କୁ ଅଭିଯୁକ୍ତର ପୁଅ ହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବାପା ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ବ୍ୟକ୍ତି ଗରିଫ ହୋଇ ଜେଲରେ ଅଛନ୍ତି। ପୁଅ ଉକ୍ତ ମାମଲାଟିକୁ ରଫାଦଫା କରିବା ପାଇଁ ଯୁବତୀଙ୍କ ହାତଗୋଡ ବାନ୍ଧି, ହାତ ଶିରା କାଟି ହତ୍ୟା ଉଦ୍ୟମ କରିଥିଲା। ପରେ ସ୍ଥାନୀୟଲୋକେ ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିବାବେଳେ ଅଭିଯୁକ୍ତ ଯୁବକ ଘଟଣା ସ୍ଥଳରୁ ଖସି ପଳାଇଛନ୍ତି ।

Comments are closed.