ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ସଲୀଳ ସମାଧି

ବସ୍ତା: ବାଲେଶ୍ୱର ଜିଲାର ଦୁଇ ଗାଁଆରେ ଦୁଇ ଛୋଟ ଝିଅ ପୋଖରୀରେ ବୁଡି ଯାଇ ପ୍ରାଣ ହରାଇଛନ୍ତି । ଯାହ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ସୂଚନା ଅନୁସାରେ ବାଲେଶ୍ଵର ଜିଲା ସିଙ୍ଗଲା ଥାନା ଅନ୍ତର୍ଗତ ବ।ଳିଆପ।ଟି ଗ୍ରାମର ରମାନାଥ ଦେଙ୍କର ଦୁଇ ବର୍ଷର ଝିଅ ବର୍ଷାରାଣୀ ଖେଳୁଥିବା ସମୟରେ ସମସ୍ତଙ୍କ ଅଲକ୍ଷ୍ୟରେ ନିକଟସ୍ଥ ପୋଖରୀରେ ବୁଡି ଯାଇଥିଲା ।ଗୁରୁତର ଅବସ୍ଥାରେ ବସ୍ତା ମେଡିକାଲ ନିଆଯାଇଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସେହିପରି କସାଫଳ ଗ୍ରାମ ନିବାସୀ ଦୟାନିଧି ଖଟୁଆଙ୍କ ୧୦ ବର୍ଷର ଝିଅ ସସ୍ମିତା ସୋମବାର ସ୍ଥାନୀୟ ପୋଖରୀରେ ଗାଧୋଇବାକୁ ଯାଇ ବୁଡି ପ୍ରାଣ ହରାଇଥିଲେ । ଏନେଇ ସିଂଲା ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Comments are closed.