ଗୋରୁ ବୋଝେଇ କଣ୍ଟେନର ଜବତ ;୨୧ ଗୋରୁ ଉଦ୍ଧାର, ୨ ଅଟକ

ବାଲେଶ୍ବର : ବାଲେଶ୍ବର ଜିଲା ସୋର ଥାନା ସମ୍ମୁଖରୁ ଶନିବାର ଗୋରୁ ବୋଝେଇ ମିନି କଣ୍ଟେନର ଜବତ କରାଯାଇଛି। ଜବତ ସମୟରେ ୨୧ ଗୋରୁଙ୍କୁ ଉଦ୍ଧାର କରାଯଇଥିବା ବେଳେ ଉକ୍ତ ଘଟଣାରେ ୨ ଜଣକୁ ସୋର ପୁଲିସ ଅଟକ ରଖିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଭଦ୍ରକ ଅଞ୍ଚଳରୁ ପଶ୍ଚିମବଙ୍ଗ ଅଭିମୁଖ ଯାଉଥିବା ଏକ ଗୋରୁ ବୋଝେଇ ମିନି କଣ୍ଟେନରକୁ କିଛି ଗୋସୁରକ୍ଷା କର୍ମୀ ପିଛା କରି ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ମିନି କଣ୍ଟେନରର ଡ୍ରାଇଭର୍ ସୋର ଥାନା ସମୁଖରେ କଣ୍ଟେନର ରଖି ଫେରାର ହୋଇଯାଇଥିଲା। ପରେ ଗୋ ସୁରକ୍ଷା କର୍ମୀ ପୋଲିସକୁ କଣ୍ଟେନର ବିଷୟରେ ଜଣାଇବା ପରେ ସୋର ପୁଲିସ କଣ୍ଟେନରକୁ ଜବତ କରିବାସହ ଗୋରୁ ମାନଙ୍କୁ ଉଦ୍ଧାର କରିଛି। ସେହିପରି ଗତ କାଲି ସୋର ଥାନା ନୁଆହାଟ ଅଞ୍ଚଳରୁ ବେଆଇନ ଭାବେ ୫ଟି ଗୋରୁ ନେଇ କାନ୍ଥିଗଡିଆ ଅଭିମୁଖେ ଯାଉଥିବା ଏକ ଟାଟା ଏସି ଗାଡିକୁ ପାଳପୁରରେ କିଛି ଗୋସୁରକ୍ଷା କର୍ମୀ ଅଟକାଇ ସୋର ଥାନାକୁ ଖବର ଦେଇଥିଲେ । ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ଟାଟା ଏସି ଗାଡିକୁ ଜବତ କରିବା ସହ ଦୁଇ ଜଣକୁ ଅଟକ ରଖିଛି। ଉଦ୍ଧାର ଗୋରୁ ଗୁଡିକୁ ସୋର ଗୋଶାଳାର ଜିମା ଦିଆଯାଇଛି ।

Comments are closed.