ଗୋଟିଏ ରାତିରେ ୪ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡଗରପଡ଼ା ପଞ୍ଚାୟତରେ ଗୋଟିଏ ରାତିରେ ୪ଟି ମନ୍ଦିରରୁ ଚୋରି ହୋଇଥିବା ସୂଚନା ମିଳିଛି। ଦୁର୍ବୃତ୍ତମାନେ ରାତିରେ ୪ଟି ମନ୍ଦିରରୁ କଳାକନା ବୁଲାଇଛନ୍ତି । ସ୍ଥାନୀୟ ବଉଳାଶୁଣି ମନ୍ଦିର, ତାରିଣୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ମାଉସୀମା ମନ୍ଦିରରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ଗ୍ରୀଲ ଭାଙ୍ଗି ମନ୍ଦିରର ଦେବତାଙ୍କ ସୁନା ଓ ରୂପା ଗହଣା ଲୁଟ କରିବା ସହ ମନ୍ଦିରର ହୁଣ୍ଡି ଭାଙ୍ଗି ସମସ୍ତ ଦାନ ଟଙ୍କା ଲୁଟ କରିନେଇଥିବା ସୂଚନା ମିଳିଛି। ସକାଳେ ମନ୍ଦିର ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିବା ପରେ ଲୁଟ୍ ସମ୍ପର୍କରେ ଜଣାପଡିଥିଲା। ତୁରନ୍ତ ଏ ସମ୍ପର୍କରେ ପୁଲିସକୁ ଖବର ଦିଆଯିବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.