ମଧ୍ୟାହ୍ନ ଭୋଜନରେ ଝିଟିପିଟି ମିଶା ଖାଦ୍ୟଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବାଲେଶ୍ୱର: ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ବିଦ୍ୟାଳୟ ମାନଙ୍କର କଳେବର ବୃଦ୍ଧି ସହ ସ୍ୱଚ୍ଛ ପରିବେଶରେ ମଧ୍ୟାହ୍ନ ଭୋଜନ ରୋଷେଈ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି। କିନ୍ତୁ ରାଜ୍ୟରେ ବିଭିନ୍ନ ସମୟରେ ମଧ୍ୟାନ୍ନ ଭୋଜନରେ ଝିଟିପିଟି ,ମୂଷା ଏପରି ବିଭିନ୍ନ ଜିବଜନ୍ତୁ ପଡିଯାଉଛନ୍ତି।ଯାହାଫଳରେ ଛାତ୍ରଛାତ୍ରୀ ମାନେ ସେହି ଖାଦ୍ୟଖାଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ସଦର ବ୍ଳକ ପାଳ ବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ।ଯେଉଁଠାରେ ଛାତ୍ରଛାତ୍ରୀଙ୍କ ପାଇଁ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡି ଯାଇଥିଲା। ଛାତ୍ରଛାତ୍ରୀ ଖାଦ୍ୟ ଖାଇବାପରେ ଏହା ଜଣାପଡିଥିଲା। ଏହି ଝିଟିପିଟି ମିଶା ଖାଦ୍ୟ ଖାଇ ଦୁଇ ଜଣ ଛାତ୍ର ଗୁରୁତର ହୋଇଥିବା ଜଣାପଡିବା ପରେ ତାଙ୍କୁ ଶିଶୁ ଭବନରେ ଭର୍ତ୍ତି କରାଯାଇଛି। ସେହିପରି ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି।

Comments are closed.