ଶାରୀଶୁଆ ଖଣିରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌: ୫ ଖଣି ମାଫିଆ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲା ଖଇରା ତହସିଲ ଅନ୍ତର୍ଗତ ଶାରୀଶୁଆ ଖଣିରେ ଭୁବନେଶ୍ବର ଏସଟିଏଫ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ ରବିବାର ଚଢାଉ କରି ୫ଜଣ ଖଣି ମାଫିଆଙ୍କୁ ଗିରଫ କରିଛି। ଚଢାଉ ସମୟରେ ଗୋଟିଏ ଟ୍ରକ ସମେତ ୨ଟି ଟ୍ରାକ୍ଟର ଜବତ କରିଛି।

ସୂଚନା ଅନୁଯାୟୀ, ଶାରୀଶୁଆ ପାହାଡରେ ୧୪୪ ଧାରା ଲାଗୁ ସତ୍ତ୍ୱେ ଖଇରା ରାଜସ୍ବ ଅଧିକାରୀ ଓ ଜିଲା ପ୍ରଶାସନକୁ ହାତ କରି ବହୁ ଖଣି ମାଫିଆ ବେଆଇନ ଭାବେ ରାତି ଅଧିଆ ବ୍ଲାଷ୍ଟିଂ କରିବା ସହ ଟନ ଟନ ପଥର ଉତ୍ତୋଳନ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଟିମ୍‌ ଶନିବାର ସନ୍ଧ୍ୟାରେ ପାହାଡରେ ଲୁଚି ରହିଥିଲେ। ରାତିରେ ପ୍ରଥମେ ୭୭ ନଂ. ଏବଂ ପରେ ପରେ ଅନ୍ୟ ଖଣିରେ ମାଫିଆମାନେ ଖଣି ଖୋଳା ଆରମ୍ଭ କରିବା ପରେ କ୍ରାଇମ୍‌ବ୍ରାଞ୍ଚ ୫ଜଣଙ୍କୁ ଗିରଫ କରିଥିଲେ। ରବିବାର ସକାଳେ ଖଇରା ତହସିଲଦାର ପ୍ରଦୀପ ସାହୁ ଓ ଆଇଆଇସି ସୁବ୍ରତ ବେହେରା ପହଞ୍ଚିଥିଲେ।

Comments are closed.