ନୂଆବର୍ଷ : ଦୋଳି ରଶିରେ ଗୁଡେଇ ହୋଇ ନାବାଳିକା ମୃତ

ସୋର : ବାଲେଶ୍ବର ଜିଲା ବାହାନଗା ବ୍ଲକ ଅନ୍ତର୍ଗତ ଦ୍ବାରିକା ଗ୍ରାମରେ ବୁଧବାର ଏକ ଅଭବାନୀୟ ଘଟଣା ଘଟିଛି। ଜଣେ ନାବାଳିକା ଦୋଳି ଖେଳୁଥିବା ବେଳେ ବେକରେ ରଶି ଗୁଡେଇ ହୋଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ନୂଆବର୍ଷ ପାଳନ ବେଳେ ନାବାଳିକା ଜଣଙ୍କ ଦୋଳି ଖେଳିବା ସମୟରେ ରଶିଟି ବେକରେ ଗୁଡ଼େଇ ହୋଇଯାଇଥିଲା। ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ବର ମେଡିକାଲର ନିଆଯାଇଥିଲା ସେଠାରେ ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ ।