ରେଲଓ୍ବେ ଟିକଟ କଳାବଜାରୀ ଅଭିଯୋଗରେ ଜଣେ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲା ଗୋପାଳପୁର ବଜାରରୁ ରେଲଓ୍ବେ ଟିକଟ ବ୍ଲାକ କରୁଥିବା ଅଭିଯୋଗରେ ରବିବାର ଖଡ଼ଗପୁର ରେଲଓ୍ବେ ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ବାଲେଶ୍ବର ଜିଲା ବାରିଙ୍ଗିଆ ଗ୍ରାମର ହୃଷିକେଶ ସାହୁ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ହୃଷିକେଶ  ଗୋପାଳପୁର ବଜାରରେ ଏକ ପାନ ଦୋକାନ ଦେଇଛନ୍ତି । ରେଲଓ୍ବେ ଟିକଟ ବ୍ଲାକ ହେଉଥିବା ଖବର ପାଇ ରେଲଓ୍ବେ ପୁଲିସ ଚଢାଉ କରିଥିଲା । ଚଢ଼ାଉ ସମୟରେ ହୃଷିକେଶଙ୍କ ଠାରୁ ୨୦ରୁ ଅଧିକ ରେଲଓ୍ବେ ଟିକଟ ଜବତ କରାଯାଇଛି ।

Comments are closed.