ପୋଖରୀରେ ବୁଡ଼ି ବୃଦ୍ଧା ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଥାନା ମାଣତ୍ରୀ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବୃଦ୍ଧା ସକାଳେ ପୋଖରୀକୁ ଗାଧେଇବାକୁ ଯାଇ ଗୋଡ ଖସିଯିବାରୁ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବରଣ କରିଥିବା ବୃଦ୍ଧା ଜଣଙ୍କ ହେଲେ ମାଣିତ୍ରୀ ଗ୍ରାମର ଦାମୋଦର ଜେନାଙ୍କ ସ୍ତ୍ରୀ ମତାଜୀ ଜେନା(୭୨)।
ସୂଚନା ଯୋଗ୍ୟ, ମତାଜୀ ଗାଁ ପୋଖରୀରେ ଗାଧୋଇବାକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ପାଣିର ପଡି ମୃତ୍ୟୁ ବରଣ କରିଥିଲେ। ଗାଁ ଲୋକେ ପୋଖରୀରୁ ମତାଜୀଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

Comments are closed.