ଗୁଡ଼ି ପାଇଁ ଫାଟିଲା ୩ ମୁଣ୍ଡ

ବାଲେଶ୍ଵର: ଗୁଡ଼ି ଉଡାଇବାକୁ ନେଇ ତୁମୁଳକାଣ୍ଡ । ଗୁଡି ସୂତା କଟିଯିବାରୁ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ମାରପିଟରେ ଲହୁଲୁହାଣ ହେଲେ ୩ ଜଣ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବଟେଶ୍ଵର ଅଞ୍ଚଳରେ ।

ସୂଚନା ଅନୁସାରେ, ବଟେଶ୍ଵର ଅଞ୍ଚଳର ଅନୀଲ ସାହାଙ୍କ ଦୁଇପୁଅ ନିଜ ଘର ଛାତ ଉପରେ ଗୁଡି ଉଡାଉଥିଲେ । ଗୁଡ଼ି ଉଡାଇବା ସମୟରେ ଅନ୍ୟପଟେ କିଛି ଯୁବକ ମଧ୍ୟ ଗୁଡ଼ି ଉଡାଉଥିଲେ । ହେଲେ ଗୁଡ଼ି ଉଡାଇବା ସମୟରେ ଉଭୟଙ୍କ ସୂତା କଟିଯାଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ସୂତା କଟାକଟି ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଅନ୍ୟ ଯୁବକମାନେ ଅନୀଲଙ୍କ ସମେତ ଦୁଇ ପୁଅଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ୩ ଜଣଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା । ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Comments are closed.