ବାଳାଶ୍ରମରୁ ଚମ୍ପଟ ମାରିଥିବା ନାବାଳକ ଉଦ୍ଧାର

0

ବାଲେଶ୍ୱର : ବାଳାଶ୍ରମରୁ ଚମ୍ପଟ ମାରିଥିବା ୯ ବର୍ଷର ନାବାଳକ ଉଦ୍ଧାର ହୋଇଛି। ବାଲେଶ୍ବର ବସଷ୍ଟାଣ୍ଟରୁ ତାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ନାବାଳକକୁ ପୁଣି ବାଳାଶ୍ରମର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ବସରେ ଚଢି ଭୁବନେଶ୍ବର ଯିବାକୁ ଉଦ୍ୟମ କରୁଥିବା ବେଳେ ବସ କଣ୍ଡକ୍ଟର ସନ୍ଦେହରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଉକ୍ତ ନାବାଳକକୁ ଉଦ୍ଧାର କରି ଥାନାକୁ ଆଣିଥିଲା।

ସୂଚନାଯୋଗ୍ୟ, ଦେଢମାସ ପୂର୍ବେ ଉକ୍ତ ନାବାଳକକୁ ଖଇରା ଚାଇଲ୍ଡ ଲାଇନ୍ ଦ୍ବାରା ଉଦ୍ଧାର କରାଯାଇ ବାଳାଶ୍ରମରେ ରଖାଯାଇଥିଲା। ଗତକାଲି ରାତି ପ୍ରାୟ ୩ଟା ବେଳେ ଆଶ୍ରମ ପାଚେରୀ ଡେଇଁ  ସେ ଚମ୍ପଟ ମାରିଥିଲା। ବଳାଶ୍ରମରେ ତାକୁ ମାଡ ମରା ଯାଉଥିବା ନେଇ ନାବାଳକ ଅଭିଯୋଗ କରିଛି। ତେବେ ଏହାକୁ ବଳାଶ୍ରମ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି।

Leave A Reply