୪ ଡକାୟତ ଗିରଫ; ବନ୍ଧୁକ, ଭୂଜାଲି ଓ ୫ ମୋବାଇଲ ଜବତ

ବାଲେଶ୍ବର : ବାଲେଶ୍ବର ଜିଲା ସୋର ଥାନା ପୁଲିସ ରବିବାର ବିଳମ୍ବିତ ରାତିରେ ମହୋତ୍ସବ ପଡିଆରୁ ୪ଜଣ ଡକାୟତଙ୍କୁ ଗିରଫ କରିଥିବା ଜଣାପଡିଛି। ଡକାୟତମାନେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ଗିରଫ କରି ଡକାୟତଙ୍କ ଠାରୁ ବନ୍ଧୁକ, ଭୂଜାଲି, ୫ ମୋବାଇଲ ଜବତ କରାଯାଇଛି।

ଗିରଫ ଡକାୟତମାନେ ପୂର୍ବରୁ ୫ ମାମଲାରେ ସଂପକ୍ତ ଥିଲେ । ଡକାୟତମାନେ ନୀଳଗିରି, ସିମୁଳିଆ ଓ ସୋର ଥାନାର ବିଭିନ୍ନ ସ୍ଥାନରେ ୫ ଡକାୟତିରେ ସଂପୁକ୍ତ ଥିଲେ। ମୁଖ୍ୟ ଡକାୟତମାନେ ହେଲେ ସାପ ଓରଫ ସରୋଜ କୁମାର ମଲ୍ଲୀକ, ସୁଶାନ୍ତ ମଲ୍ଲିକ, ସୁଟର ରାଜେଶ ପାଢୀ, ରାଜେଶ ଦାସ ଡକାୟତ ମାମଲାରେ ଗିରଫ। ଅନ୍ନପୂର୍ଣ୍ଣା ଫାନ୍ଦ କର୍ମଚାରୀ, ଛଚିନ୍ଦା, ଭାରତ ଫାଇନ୍ସ, ଛଅପୋଲିଆ ଠାରେ ବନ୍ଧୁକ ଓ ଭୁଲି ଦେଖାଇବା ଅଭିେଯାଗରେ ଗିରଫ। ଡକାୟତମାନେ ଗତ ନଭେମ୍ବର ମାସ ୨୭ ତାରିଖ ଦାଣ୍ଡହରିପୁରରେ ଛିନତାଇ ବେଳେ ଗୁଳିକାଣ୍ଡରେ ମଧ୍ୟ ସଂପୃକ୍ତ ରହିଥିବା ପୁଲିସ ସୂଚନା ଦେଇଛି।

Comments are closed.