ଭିଜିଲାନ୍ସ ଜାଲରେ ଆରଆଇ

ସୋର : ବାଲେଶ୍ବର ଜିଲା ସୋର ତହସିଲ ଅନ୍ତର୍ଗତ କୁଡେଇ ଆରଆଇ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଲିଗାଲ ହେୟାର ପ୍ରମାଣପତ୍ର କରାଇ ଦେବା ପାଇଁ ୫ଶହ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ଆରଆଇ ରାକେଶ କୁମାର ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିବା ସହିତ ସେ ବ୍ୟବହାର କରୁଥିବା କାରକୁ ମଧ୍ୟ ଜବତ କରିଛି। ବାଲେଶ୍ବର ଭିଜିଲାନ୍ସ ବିଭାଗର ଡିଏସପି ଏସକେ ସାମନ୍ତରାୟ ଚଢାଉରେ ନେତୃତ୍ବ ନେଇଥିଲେ।

Comments are closed.