ଫକୀରମୋହନ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଶିଶୁମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ଵର: ଫକୀରମୋହନ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଛି। ଘଟଣାଟି ହେଉଛି ବାଲିଆପାଳ ବ୍ଲକ ଅଧିନସ୍ଥ ବାଲିଆପାଳ ଥାନା ଅଧିନରେ ଥିବା ବଡ଼ସିମୁଳିଆ ଅଞ୍ଚଳର। ଦିଲିପ କୁମାର ବିର୍(ମୃତ ଶିଶୁର ବାପା) ତାଙ୍କ ପତ୍ନୀ ରବିନା ନାୟକଙ୍କୁ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାତ ଘଟିକା ସମୟରେ ବାଲେଶ୍ଵର ଫକୀରମୋହନ ମେଡିକାଲକୁ ପ୍ରସବ କରାଇବା ପାଇଁ ଆଣିଥିଲେ। କିନ୍ତୁ ଗୁରୁବାର ସନ୍ଧ୍ୟା ପ୍ରାୟ ୮ ଘଟିକା ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ କିମ୍ବା ନର୍ସଙ୍କ ଯୋଗୁଁ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପରିବାର ଲୋକେ ସ୍ତ୍ରୀ ଓ ପ୍ରସୂତି ବିଭାଗ ସମ୍ମୁଖରେ ତାଲା ପକାଇ ମୃତ ଶିଶୁଟିକୁ ରଖି ଧାରଣରେ ବସିଛନ୍ତି। ମୃତ୍ୟୁର ୧୭ ଘଣ୍ଟା ବିତିଯାଇଥିବା ବେଳେ ଡାକ୍ତର କିମ୍ବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Comments are closed.