ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଓଡ଼ିଆଙ୍କ ଧାରଣା

ବାଲେଶ୍ବର : ବାଲେଶ୍ବର ଜିଲା ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଓଡ଼ିଆ ଧାରଣା ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଦୁଇ ହଜାର ଟଙ୍କା ନପାଇବାରୁ ଦୁଇ ଶହରୁ ଉର୍ଦ୍ଧ୍ବ ପ୍ରବାସୀ ଧାରଣାରେ ବସିଥିବା ଜଣାପଡିଛି।