ବିଧବା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସୋର : ବାଲେଶ୍ବର ଜିଲା ସୋର ଅଞ୍ଚଳରେ ଜଣେ ବିଧବା ପକ୍ଷାଘାତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, ମହିଳା ଜଣଙ୍କ କାଲି ରାତିରୁ ନିଖୋଜ ଥିଲେ। ଆଜି ସୋର ଅନନ୍ତପୁର ରାସ୍ତା କୁଆମରା ସିମୁଳିଆ ବିଲ ଗଗନା ଠାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖାଯାଇଛି।

ମୃତ ମହିଳାଙ୍କ ଭାଇ ବିଜୟ ବାରିକଙ୍କ ଅଭିଯାଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ମୃତ ମହିଳା ଜଣଙ୍କ ଜଣେ ଡ୍ରାଇଭର ସହିତ କଥା ହେଉଥିଲେ। ତାପରଠାରୁ ସେ ନିଖୋଜ ହୋଇଯାଇଥିଲେ। ରାତି ସାରା ଖୋଜି ନ ପାଇବାରୁ ସକାଳେ ସେ ଥାନାରେ ଅଭିଯୋଗ କରିଥିଲେ। ଆଜି ଭୋରରୁ ସନ୍ଦେହ କରାଯାଉଥିବା ଡ୍ରାଇଭର ଫେରାର ରହିଛି। ଅନନ୍ତପୁର ଫାଣ୍ଡି ପକ୍ଷରୁ ତନାଘନା ଜାରି ରହିଛି।

Comments are closed.